ମମତା ଜେନା, ଓଡିଶାବାର୍ତ୍ତା, ଜିଲ୍ଲାପ୍ରତିନିଧି
ମାଲକାନଗିରି, ଖଇରପୁଟ ବ୍ଲକ 14 ଅଗଷ୍ଟ 2026 : ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକର ବଣ୍ଡାଘାଟିରେ ହୋଇଥିବା ସ୍ଵାସ୍ଥ୍ୟ ଶିବିର ରେ ପାଖାପାଖି 150 ଜଣ ବଣ୍ଡା ଜନଜାତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ବଣ୍ଡା ଘାଟି ରେ ମ୍ୟାଲେରିଆ ଉପରେ ଫୋକସ ରଖାଯାଇଛି l ଏହି ଶିବିରରେ 85 ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା ମାତ୍ର ଜଣଙ୍କ ନିକଟରେ ମ୍ୟାଲେରିଆ ପଜିଟିଭ ଦେଖିବାକୁ ମିଳିଥିଲା l ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଆଖି ଜଳାପୋଡ଼ା ହୋଇଥିବାର ଦର୍ଶାଇଥିଲେ ଳ ଏହି ଶିବିର ରେ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ ସମେତ ତମାମ C. H. C. ଡାକ୍ତର ଉପସ୍ଥିତ ଥିଲେ l ମାଲକାନଗିରି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଟିମ ବଣ୍ଡାଘାଟିରେ ବାରମ୍ବାର ସ୍ଵାସ୍ଥ୍ୟ ଶିବିର କରି ବଣ୍ଡାଜନଜାତିର ସ୍ଵାସ୍ଥ୍ୟ ପରୀକ୍ଷା ଓ ସଚେତନ କରିଥିବାରୁ ଏକ ସ୍ଵାସ୍ଥ୍ୟକର ପରିବେଶ ଉପଲବ୍ଧି ହୋଇପାରିଛି l